ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟା ୬ଟାରେ ସରୁଛି ପ୍ରଚାର । କିନ୍ତୁ ରାଜ୍ୟ କଂଗ୍ରେସର ଅଙ୍କ ଏଯାଏଁ ଛିଡୁନି । ପୁଣି ଥରେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି । ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ ପୁଣି ଟିକେଟ୍‌ ଦେଇଛି । ବଡ଼ଚଣାରୁ ଅଜୟ ଦାସ ଓ ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କ ଉପରେ ଦଳ ଭରସା କରିଛନ୍ତି ।

ଗତକାଲି ବଡ଼ଚଣାରୁ ପ୍ରାର୍ଥୀ ହୋଇଥିବା ସୀତାକାନ୍ତ ମହାପାତ୍ର ନିର୍ବାଚନ ଲଢ଼ିବେନି କହିଥିଲେ । ସେହିପରି ପୁରୀ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର ନିମାପଡ଼ାରୁ ପାଇଥିବା ଟିକେଟ୍‌ ଫେରାଇ ଦେଇଥିଲେ । ଶେଷ ସମୟରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାରୁ ଲୋକଙ୍କ ପାଖକୁ ଯିବାକୁ ଆଉ ସମୟ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଦଳ ହରଡ଼ଘଣାରେ ପଡ଼ିଥିଲା ଏବଂ ପୁଣି ଥରେ ଶେଷ ମୂହୂର୍ତ୍ତରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

LEAVE A REPLY

Please enter your comment!
Please enter your name here