ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ପାଣି। ସେ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ରବି ହେଉଛନ୍ତି ପୂର୍ବତନ ସରକାରୀ ଦଳର ମୁଖ୍ୟ ସଚେତକ। ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ପ୍ରକାଶ କରି ନିକଟରେ ରବି ବିଜେଡି ଛାଡିଥିଲେ। ବିଜେଡିରେ ଥିବା ସମୟରେ ବରିଷ୍ଠ ନେତା ରବି ପାଣି ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପର୍ୟ୍ୟବେକ୍ଷକ ଦାୟିତ୍ୱରେ ଥିଲେ । ତଥାଗତ ଶତପଥୀ ଢେଙ୍କାନାଳରୁ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିବା ପରେ ପାଣି ଲୋକସଭା ପାଇଁ ଆଶାୟୀ ଥିଲେ । ଏହା ସହ ସେ ପାଲଲହଡ଼ା ବିଧାନସଭା ପାଇଁ ଆଶାୟୀ ଥିଲେ। ୨୦୦୯ରେ ନିର୍ବାଚନ ଲଢ଼ି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାସ୍ତ କରି ବିଧାନସଭାକୁ ନର୍ବାଚିତ ହୋଇଥିଲେ ରବି । ଏହାପରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱରେ ଥିଲେ । ଏହା ପୂର୍ବରୁ ୧୯୮୯ରୁ ୯୧ ଯାଏଁ ଜନତା ଦଳରୁ ଦେବଗଡ଼ର ବିଧାୟକ ଥିଲେ ।

LEAVE A REPLY

Please enter your comment!
Please enter your name here