ଏଣିକି ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦରକାର ପଡିବନି କୋଭିଡ ନେଗେଟିଭ୍ ରିପୋର୍ଟ । ସମସ୍ତେ କରିପାରିବେ ଲିଙ୍ଗରାଜଙ୍କ ଦର୍ଶନ । ବିଏମସି ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ସମସ୍ତଙ୍କୁ ସ୍କ୍ରିନିଂ କରି ମନ୍ଦିର ଭିତରକୁ ଛଡାଯିବ । ସ୍କ୍ରିନିଂ ବେଳେ ଯଦି କାହାର ଲକ୍ଷଣ ଦେଖାଯାଏ ତାହେଲେ ସେମାନଙ୍କର ଟେଷ୍ଟ କରାଯିବ । ସବୁ ବୟସର ଭକ୍ତ ମନ୍ଦିର ଭିତରକୁ ଯାଇ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ବିଏମସି କମିଶନର କହିଛନ୍ତି । ପୂର୍ବରୁ ମନ୍ଦିର ଖୋଲିଥିଲେ ବି ୧୦ ବର୍ଷରୁ କମ୍ , ୬୫ ବର୍ଷ ବୟସରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏବେ କଟକଣାକୁ ଉଠାଯାଇଛି । କରୋନା କଟକଣା କୋହଳ ହେବାପରେ ଡିସେମ୍ବର ୨୭ରେ ଲିଙ୍ଗରାଜ ମନ୍ଦିର ଖୋଲିଥିଲା ।

LEAVE A REPLY

Please enter your comment!
Please enter your name here