ସାରା ରାଜ୍ୟରେ ଅସହ୍ୟ ତାତି । ଗତକାଲି୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୪୩.୫ ଡିଗ୍ରୀ ସହ ସବୁଠୁ ତତଲା ସହର ହୋଇଛି ଟିଟିଲାଗଡ଼ । ତେବେ ଆଜି ମଧ୍ୟ ରାଜ୍ୟରେ ୨ରୁ ୩ଡିଗ୍ରୀ ତାପମାତ୍ରା ବଢିପାରେ । ୧୬,୧୭ ,୧୮ ତାରିଖ ତିନି ଦିନ ଧରି ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯାଜପୁର, କୋରାପୁଟ, ବାଲେଶ୍ୱର, କେନ୍ଦୁଝର, ଗଜପତି ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ । ଏହାସହ ଉତ୍ତର ଓଡିଶାରେ ମଧ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here