ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨ ଦିନ ବାକି ଥିବାବେଳେ ଏବେ ପ୍ରଚାର ବେଶ୍ ଜମୁଛି । ଏନେଇ ଆଜି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ଯୋଗୀ । ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ଉଭୟ କଂଗ୍ରେସ ଏବଂ ବିଜେଡି ଉପରେ ବର୍ଷିଥିଲେ ଯୋଗୀ । ଯୋଗୀ କହିଛନ୍ତି, ସାରା ଦେଶରେ ଗୋଟିଏ ସ୍ୱର ଶୁଭୁଛି । ଆବାଳ ବୃଦ୍ଧ ବନିତାଙ୍କର ଗୋଟିଏ ସ୍ୱର ତା ହା ହେଉଛି ମୋଦୀ । ମୋଦୀ ଯାହା ସବୁ କରିକି ଦେଖାଇଛନ୍ତି ତାହା କଂଗ୍ରେସ ଏବଂ ବିଜେଡି ପାଇଁ ଅସମ୍ଭବ ଥିଲା । ପୁଲୱାମା ଘଟଣାରେ ପାକିସ୍ତାନରେ ପସି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ମୋଦୀଙ୍କ ନେତୃତ୍ୱରେ ସବକା ସାଥ ସବକା ବିକାଶରେ କାମ ହେଉଛି । କଂଗ୍ରେସ ଏବଂ ବିଜେଡି ନିଜର ଦେଶଦ୍ରୋହୀ ଭାବନା ପାଇଁ ଆତଙ୍କବାଦୀ ଏବଂ ନକ୍ସଲଙ୍କ ବିରୋଧରେ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଯାହାକୁ ମୂଳୋତ୍ପାଟନର କାମ ବିଜେପି ସରକାର କରିଛି । ରାଜ୍ୟ ସରକାର କେନ୍ଦ୍ରୀୟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି । ଚିଟଫଣ୍ଡ, ଖଣି ଦୁର୍ନୀତି ରାଜ୍ୟରେ ହୋଇଛି । ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ନବୀନ ପଟ୍ଟନାୟକ ରୋକିଛନ୍ତି । ଭୁବନେଶ୍ୱରରେ ମଧ୍ୟ ବିଜେପି ସରକାର ହେବା ଉଚିତ । ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର । କିନ୍ତୁ ଏହାକ ବିନିଯୋଗ ଓଡିଶାର ବିକାଶ ପାଇଁ ହୋଇ ପାରୁନି । ଏହା କେବଳ ବିଜେପି ସରକାର ଆସିଲେ କରିପାରିବ । କେନ୍ଦ୍ର ଏବଂ ରାଜ୍ୟରେ ଗୋଟିଏ ସରକାର ହେଲେ ନୂଆ ଓଡିଶା ଗଠନ ହେବ । ରାଜ୍ୟରେ ବିଜେପି ସରକାର ହେଲେ ଧର୍ମାନ୍ତରୀକରଣ ଶେଷ ହେବ । ସମସ୍ତେ ରୋଜଗାର ପାଇବେ । ଯୋଗୀ ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧି ଆମେଥୀ ଛାଡି କେରଳ ପଳାୟନ କରିଛନ୍ତି । କାରଣ ତାଙ୍କୁ ପରାଜୟର ଭୟ ଘାରିଛି ।

LEAVE A REPLY

Please enter your comment!
Please enter your name here