ଶ୍ରୀଲଙ୍କା କଲୋମ୍ବୋରେ ବଡ ଧରଣର ବିସ୍ଫୋରଣ । ତିନୋଟି ଚର୍ଚ୍ଚ ଓ ତିନୋଟି ହୋଟେଲରେ ବଡ ଧରଣର ବିସ୍ଫୋରଣ ହୋଇଛି । ଆଜି ଶ୍ରୀଲଙ୍କାରେ ଇଷ୍ଟର ପର୍ବ ଚାଲୁଥିବା ବେଳେ ତିନୋଟି ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଛି । ୩ଟି ହୋଟେଲରେ ମଧ୍ୟ ବୋମା ବିସ୍ଫୋରଣର ଖବର ମିଳିଛି । ଏଥିରେ ପ୍ରାୟ ୫୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ବିସ୍ଫୋରଣ ରାଜଧାନୀ କଲୋମ୍ବୋରେ ଘଟିଥିବା ବେଳେ ଆଉ ଏକ କଟୁବାପିଟିଆ ଚର୍ଚ୍ଚରେ ହୋଇଛି । ମୃତକଙ୍କ ମଧ୍ୟରେ ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here