କରୋନାର ନୂଆ ରୂପକୁ ନେଇ ଏବେ ସମସ୍ତେ ଚିନ୍ତାରେ । ବିଶେଷକରି ବ୍ରିଟେନ ଫେରନ୍ତାଙ୍କୁ ନେଇ ଚିନ୍ତା ବଢିବାରେ ଲାଗିଛି । ତେବେ ଏହି ବ୍ରିଟେନ ଫେରନ୍ତା ବିପଦ ଆଣିବେନି ତ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ । ତେବେ ସୂଚନାଅନୁସାରେ ବ୍ର୍ରିଟେନରୁ ଓଡିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଏବଂ ଜଗତସିଂହପୁରର ୩ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୨ ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ୧୮୧ ଜଣ ଓଡିଶା ଫେରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ୧୮୧ ଜଣଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳିଛି । ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର ଠିକଣା ଦେଇଥିବାରୁ ଚିନ୍ତା ବଢିଛି ।

LEAVE A REPLY

Please enter your comment!
Please enter your name here