ବଜାରକୁ ଆସିବ ନୂଆ କୋଡିଏ ଟଙ୍କିଆ ନୋଟ୍. ରିଜର୍ଭ ବ୍ୟାଙ୍କ ଅଫି ଇଣ୍ଡିଆ ଖୁବ୍ ଶୀଘ୍ର ନୂଆ 20 ଟଙ୍କିଆ ନୋଟ୍ ଛାଡିବା ପାଇଁ ପ୍ରସ୍ତୁତ ହୋଇଛନ୍ତି. ସବୁଜ ଓ ହଳଦିଆ ରଙ୍ଗର ଏହି ନୋଟରେ ମହାତ୍ମା ଗାନ୍ଧୀଙ୍କ ଛବି ରହିଥିବା ବେଳେ ନୋଟ୍ ପଛ ଭାଗରେ ଏଲୋରା ଗୁମ୍ଫା ଚିତ୍ର ରହିଛି. ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତରେ ଏହି ନୋଟ୍ ପ୍ରସ୍ତୁତ କରାଯାଇଛି. ପୂର୍ବ କୋଡିଏ ଟଙ୍କିଆ ନୋଟ୍ ତୁଳନାରେ ଏହା ଅପେକ୍ଷାକୃତ ଛୋଟ ରହିଛି.

LEAVE A REPLY

Please enter your comment!
Please enter your name here