ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଯୌନ ନିର୍ଯାତନା ମାମଲାକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ଏହି ମାମଲାରେ ଅଭିଯୁକ୍ତ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଅକୋଇଜମଙ୍କ ବିରୋଧରେ ବିଜେପି ଆକ୍ରମଣାତ୍ମକ ରୂପ ଆପଣାଇଛି। ଦଳର ମହିଳା ସାଂସଦ ଓ ନେତ୍ରୀମାନେ ଅଭିଯୁକ୍ତଙ୍କ ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ବିଜେପି ମହିଳା ସାଂସଦଙ୍କ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଏହି ଗମ୍ଭୀର ପ୍ରସଙ୍ଗକୁ ନେଇ ବିଜେପି ନେତ୍ରୀ ବବିତା ଫୋଗଟ କଂଗ୍ରେସ ଦଳ ଏବଂ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଡ଼ା ନିଶାନା କରିଛନ୍ତି। ନିଜକୁ ମହିଳା ଅଧିକାର ଓ ସମସ୍ୟାର ‘ଚାମ୍ପିଅନ’ ବୋଲି ଦାବି କରୁଥିବା ପ୍ରିୟଙ୍କା ଗାନ୍ଧୀ ଏତେ ବଡ଼ ଘଟଣାରେ କାହିଁକି ନୀରବ ଅଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here