ବାତ୍ୟା ଫନି ପାଇଁ ଘୁଞ୍ଚିବ କି ପାଟକୁରା ବିଧାନସଭା ନିର୍ବାଚନ ? ପାଟକୁରା ନିର୍ବାଚନକୁ ଘୁଞ୍ଚିାଇବାକୁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଫନି ଓଡ଼ିଶା ମୁହାଁ ହେଲେ ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ନବୀନ । ନବୀନ ଇସିଆଇଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି । ବାତ୍ୟା ଫନି ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବାରୁ ପାଟକୁରା ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ନବୀନ ଦାବି କରିବେ ବୋଲି ଦିଲ୍ଲୀରେ ପହଂଚିବା ପରେ ପ୍ରତିକ୍ରିୟା ରଖିଥିଲେ ।