ପରୀ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରୀ ଗାଁ ଯଦୁପୁରର ସରୋଜ ସେଠୀ ନାମକ ଯୁବକଙ୍କୁ ଦୋଷ ମୁଣ୍ଡାଇବା ପାଇଁ ସେ ପାଞ୍ଚଲକ୍ଷ ଟଙ୍କା ଯାଚିଥିଲେ ବୋଲି ସରୋଜ ଅଭିଯୋଗ କରିଛନ୍ତି । ସରୋଜ କହିଛନ୍ତି, ପରୀ ତାଙ୍କ ଘରକୁ କୋଳି ଖାଇବା ପାଇଁ ଯାଇଥିବାରୁ ସେ ପରୀକୁ ଦୁଷ୍କର୍ମ କରିଥିବା ନେଇ ଏସଆଇଟି ସନ୍ଦେହ କରିବା ସହ ଦୋଷ ମୁଣ୍ଡାଇବା ପାଇଁ 5 ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ । ଅରୁଣ ବୋଥ୍ରା ତାଙ୍କୁ କହିଥିଲେ, ତମ ବୟସ 18 ବର୍ଷ ହୋଇଥିଲେ ହେଁ 17 ବର୍ଷ ଦେଖାଇବୁ, ଏହା ହେଲେ ନାବାଳକ ଦର୍ଶାଇ ଦଣ୍ଡ କୋହଳ କରାଯିବ । ପରୀ ଦୁଷ୍କର୍ମ ଘଟଣା ସହ ସେ ଜଡିତ ନଥିଲେ ମଧ୍ୟ ପରୀକ୍ଷା ପାଇଁ ତାଙ୍କ ରକ୍ତ, ଲାଳ ଓ ପୋଷାକକୁ ଏସଆଇଟି ଟିମ୍ ନେଇଯାଇଥିବାରୁ ସେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯଦି ତାଙ୍କର ଓ ପରିବାରର କିଛି ହୁଏ, ସେଥିପାଇଁ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି କହିଛନ୍ତି ସରୋଜ ।

LEAVE A REPLY

Please enter your comment!
Please enter your name here