ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ଫନି । ଆସନ୍ତା ୩ତାରିଖରେ ଫୋନି ଓଡ଼ିଶା ଉପକୂଳ ଛୁଇଁବ । ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିମି ରହିବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ତଥା ସ୍କୁଲ ଏବଂ କଲେଜ ବନ୍ଦ ରହିବାକୁ ଘୋଷଣା କରାଯାଇଛି । ଶିକ୍ଷାନୁଷ୍ଠାନ ମାନଙ୍କରେ ହେବାକୁ ଥିବା ପରୀକ୍ଷା ଗୁଡିକ ମଧ୍ୟ ଘୁଂଚାଇ ଦିଆଯାଇଛି । ସୂଚନା ଅନୁସାରେ ଆସନ୍ତାକାଲି ଠାରୁ ରାଜ୍ୟରେ ସାମୁଦ୍ରିକ ଝଡ ଫନି ର ପ୍ରଭାବ ଦେଖିବାକୁ ମିଳିବ । ରାଜ୍ୟର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here