ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ହଟାଇଛନ୍ତି ନିର୍ବାଚନ କମିଶନ । ଏହି ୧୧ଟି ଜିଲ୍ଲା ହେଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ହଟାଯାଇଛି ।  ଆସନ୍ତା ୩ତାରିଖ ଦିନ ପୁରୀ ଜିଲ୍ଲାରେ ବାତ୍ୟା ଫନି ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ବାତ୍ୟା ଫନି ଏବେ ପୁରୀ ଠାରୁ ୬୮୦କିମି ଦୂର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ୪୩୦କିମି ଦୂର ଦକ୍ଷିଣ-ଦକ୍ଷିଣ ପୂବ ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲି ଠାରୁ ଉତ୍ତର-ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଆଜି ମଧ୍ୟ ରାତ୍ରି ସୁଦ୍ଧା ଅତି ଭୟଙ୍କର ରୂପ ନେଇପାରେ ବାତ୍ୟା ଫନି  । ଉତ୍ତର-ପୂର୍ବ ମୁହାଁ ହୋଇ ଓଡ଼ିଶା ଉପକୂଳରେ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ଆସନ୍ତା ୩ ତାରିଖ ଦିନ ପୁରୀ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here