ଚଳିତ ବର୍ଷ ଓଡ଼ିଶାରେ ମୋଟ ୭୩.୦୮ପ୍ରତିଶତ ମତଦାନ ହୋଇଛି । ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ମାଓ ପ୍ରବଣ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ମତଦାତା ନିଜର ମତ ସାବ୍ୟସ୍ତ କରିଛନ୍ତି । ସେହିଭଳି ବିଧାନସଭା କ୍ଷେତ୍ରରେ କୋଟପାଡ଼ରେ ମତଦାନ ହୋଇଛି । ଉଭୟ ବିଧାନସଭା ଓ ଲୋକସଭା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ଭୋଟିଂ ହୋଇଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଓଡ଼ିଶାରେ ମୋଟ ୭୩.୦୮ପ୍ରତିଶତ ମତଦାନ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଲୋକସଭା କ୍ଷେତ୍ର ନବରଙ୍ଗପୁରରେ ସର୍ବାଧିକ ୭୮.୮୯ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱରରେ ହୋଇଛି ସର୍ବନିମ୍ନ ୬୯.୬୦ ପ୍ରତିଶତ ମତଦାନ ହୋଇଛି । ସେହିପରି ବିଧାନସଭା କ୍ଷେତ୍ର କୋଟପାଡ଼ରେ ସର୍ବାଧିକ ୮୬.୮୩ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ୪୩.୦୪ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୩.୭୬%, ଦ୍ୱିତୀୟ ପର୍ଯ୍ୟାୟରେ ୭୨.୫୬%, ତୃତୀୟ ପର୍ଯ୍ୟାୟରେ ୭୧.୬୨% ମତଦାନ ଓ ଚତୁର୍ଥ ପର୍ଯ୍ୟାୟରେ ୭୪.୫୦ ପ୍ରତିଶତ ମତଦାନ ହୋଇଛି ।

LEAVE A REPLY

Please enter your comment!
Please enter your name here