ଭୟଙ୍କର ବାତ୍ୟା ଫନି ପରେ ଶ୍ରୀହୀନ ହୋଇପଡିଛି ଓଡିଶା । ଯଦିଓ ଫନିରେ ଅନେକ ସ୍ଥାନରେ ବିଶେଷ କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଭୁବନେଶ୍ୱର, ପୁରୀ, କୋଣାର୍କରେ ଫନି ଦେଖାଇଥିଲା ତାର କରାଳ ରୂପ । ୧୯୯୯ ବାତ୍ୟାର କିଛି ଝଲକ ମନେପକାଇ ଦେଇଥିଲା ଲୋକଙ୍କୁ । ଫନିର ପ୍ରଭାବରେ ବ୍ୟାଙ୍କିଂ ବ୍ୟବସ୍ଥା ବିଶେଷ କରି ପ୍ରଭାବିତ ହୋଇଛି । ଏହାକୁ ସୁଧାରିବାକୁ ଚେଷ୍ଟା ଚଳାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହିକ୍ରମରେ ଫନି ପରବର୍ତ୍ତୀ ବ୍ୟାଙ୍କିଂ ସେବାର ସମୀକ୍ଷା କରାଯାଇଛି । ବ୍ୟାଙ୍କିଂ ସେବାକୁ ସ୍ୱାଭାବିକ୍ କରିବାକୁ ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ୍ କମ୍ପାନୀଙ୍କ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଗୁରୁବାର ଭୁବନେଶ୍ୱରରେ ଆଲୋଚନା କରିଛନ୍ତି । କେରଳ ଢାଞ୍ଚାରେ ଓଡିଶାରେ ବ୍ୟାଙ୍କିଂ ବ୍ୟବସ୍ଥାର ପୁର୍ନଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗଠନ ହୋଇଛି ଟାସ୍କଫୋର୍ସ । କେରଳ ମଡେଲ ଆପଣେଇଲେ ଆଉ ଟିକିନିଖି କାଗଜପତ୍ର ଦରକାର ପଡିବନି ବୋଲି ଆଲୋଚନାରେ ନିଷ୍କର୍ସ ବାହାରିଥିବା ଜଣାପଡିଛି । ସିମ୍ପଲ ଆପ୍ଲିକେଶନ ଫର୍ମରେ ଇନସ୍ୟୁରାନ୍ସ କ୍ଲେମ କରାଯାଇପାରିବ । ଏହାଦ୍ୱାରା ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ଦିଆଯିବ ।
ସୂଚନା ଅନୁସାରେ ପୁରୀକୁ ଛାଡିଦେଲେ ଅନ୍ୟ ସ୍ଥାନରେ ୯୯ ପ୍ରତିଶତ ବ୍ୟାଙ୍କ୍ କାର୍ଯ୍ୟକ୍ଷମ ହୋଇଛି ।

LEAVE A REPLY

Please enter your comment!
Please enter your name here