ଭାରତର ଆଗଧାଡିର ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନୀଜ ଜୀବନକୁ ନେଇ କରିଛନ୍ତି ବଡ ଖୁଲାସା । ଦୂତୀ କହିଛନ୍ତି ସେ ଏବେ ସମଲିଙ୍ଗି ସମ୍ପର୍କରେ ଅଛନ୍ତି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଛନ୍ତି । ଦୂତୀଙ୍କ ନିଜ ଗାଁ ଗୋପାଳପୁରର ଜନୈକା ଝିଅ ସହ ତାଙ୍କର ସଂପର୍କ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଦୂତୀ ଚାନ୍ଦ କହିଛନ୍ତି, ସମସ୍ତଙ୍କୁ ନିଜ ନିଜର ଜୀବନ ସାଥୀ ବାଛିବାର ସ୍ୱାଧିନତା ପାଇବା ଦରକାର । ଏହା ସହ ସମଲିଙ୍ଗୀ ଅଧିକାରକୁ ନେଇ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସେ ସମର୍ଥନ ଜଣାଇଛନ୍ତି । ଏହା ନିଜର ବ୍ୟକ୍ତିଗତ ବ୍ୟାପାର ବୋଲି କହିଛନ୍ତି ଦୂତୀ । ତେବେ ସେ ଆଗକୁ ତାଙ୍କ ସହିତ ରହିବେ ଏବଂ ଓଡିଆ ରୀତିନୀତି ଅନୁସାରେ ବିବାହ କରିବେ କହିଛନ୍ତି । ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ରିଙ୍ଗ ସେରିମନି ହେବାର କାର୍ଯ୍ୟକ୍ରମ ରହିଛି । ଅଲିମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମ୍ସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମ୍ସରେ ୧୦୦ ମିଟରରେ ୨୦ ବର୍ଷ ପରେ ସେ ଦେଶକୁ ଦେଇଥିଲେ ସିଲଭର ମେଡାଲ । ସେହିପରି ୨୦୦ ମିଟରରେ ଦେଶକୁ ୧୬ ବର୍ଷ ପରେ ସେ ଦେଇଥିଲେ ମେଡାଲ୍ ।