ପଞ୍ଚମଥର ପାଇଁ ସରକାର ଗଢିବେ ନବୀନ. ୨୩ରେ ଭୋଟ ଗଣତି ପରେ ଫଳାଫଳ ଯଦିଓ ସ୍ପଷ୍ଟ ହେବ, କିନ୍ତୁ ଲୋକଙ୍କ ମୁଡ୍ ଆନାଲିସିସ କହୁଛି, ବିଧାନସଭା ଫଳାଫଳ ବିଜେଡି ସପକ୍ଷରେ ଯିବ. ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ. ମାତ୍ର ୨୦୧୪ ତୁଳନାରେ ବିଜେଡି ଭୟଙ୍କର ବିପର୍ୟ୍ୟୟର ସମ୍ମୁଖୀନ ହେବ. ୧୪୭ରୁ ୧୪୬ଟି ଆସନରେ ଭୋଟ ହୋଇଥିବା ବେଳେ ବିଜେଡିକୁ ୮୩ ରୁ ୮୮ ଆସନ ମିଳିବ. ଏହା ହେଲେ ଗତ ନିର୍ବାଚନ ତୁଳନାରେ ବିଜେଡିକୁ ୨୫ରୁ ୩୦ଟି ଆସନ ହରାଇବାକୁ ପଡିବ. ଅନ୍ୟପକ୍ଷରେ ବିଜେପିକୁ ୩୩ରୁ ୩୮ ଏବଂ କଂଗ୍ରେସକୁ ୧୭ ରୁ ୨୨ଟି ଆସନ ମିଳିବାର ସମ୍ଭାବନା ରହିଛି. ଯଦି ଏହା ସତ୍ୟ ହୁଏ, ତେବେ କଂଗ୍ରେସକୁ ପଛରେ ପକାଇ ବିଜେପି ବିରୋଧୀ ଦଳ ଆସନରେ ବସିବାକୁ ସମର୍ଥ ହେବ. ଭୋଟଗ୍ରହଣ ପରେ ମତଦାତାଙ୍କ ମୁଡ୍ କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ କହୁଛି, ଏଥରକ ନିର୍ବାଚନ ଫଳ ଓଡିଶା ରାଜନୀତିରେ ବହୁ ଗୁରୁତ୍ବ ବହନ କରୁଛି. ଲୋକସଭା ନିର୍ବାଚନମଣ୍ଡଳୀ ଓାରୀ ବିଶ୍ଳେଷଣ କଲେ, ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ୪ଟି, ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ବିଧାନସଭା ଆସନ ମିଳିବାର ସମ୍ଭାବନା ରହିଛି. ସେହିପରି ସୁନ୍ଦରଗଡରେ ବିଜେଡି ଓ ବିଜେପିକୁ ୩ଟି ଲେଖାଁଏ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଉଛି. ସମ୍ବଲପୁରରେ ବିଜେଡିକୁ ୫ ଓ ବିଜେପିକୁ ୨, କେନ୍ଦୁଝରରେ ବିଜେଡିକୁ ୩ ଓ ବିଜେପିକୁ ୪, ମୟୁରଭଂଜରେ ବିଜେଡିକୁ ୫ ଓ ବିଜେପିକୁ ୨, ବାଲେଶ୍ବରରେ ବିଜେଡି ୪, ବିଜେପି ୨ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ . ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ସପକ୍ଷରେ ୫, ବିଜେପିକୁ ଓ କଂଗ୍ରେସକୁ ଗୋଟିଏ ଲେଖାଁଏ ଆସନ ମିଲିବାର ସମ୍ଭାବନା ରହିଛି . ଯାଜପୁରରେ ବିଜେଡି ୫, ବିଜେପି ୨, ବଲାଙ୍ଗୀରରେ ବିଜେଡି ୪, ବିଜେପି ୨ ଓ କଂଗ୍ରେସକୁ ଗୋଟିଏ, କଳାହାଣ୍ଡିରେ ବିଜେଡି ୩, ବିଜେପି ୨ ଓ କଂଗ୍ରେସ ୨ଟି ଆସନରେ ଜିତିବାର ସମ୍ଭାବନା ରହିଛି. ନବରଙ୍ଗପୁରରେ ବିଜେଡି ୩, ବିଜେପି ୨ ଓ କଂଗ୍ରେସକୁ ୨, ପୁରୀରେ ବିଜେଡି ୪, ବିଜେପି ୨ ଓ କଂଗ୍ରେସ ଗୋଟିଏ ଆସନରେ ଜିତିବାର ସମ୍ଭାବନା ରହିଛି. କନ୍ଧମାଳରେ ବିଜେଡି ସପକ୍ଷରେ ୫ଟି, ବିଜେପି ଓ କଂଗ୍ରେସକୁ ଗୋଟିଏ ଲେଖାଁଏ, କଟକରେ ବିଜେଡିକୁ ୩, ବିଜେପିକୁ ୨, କଂଗ୍ରେସକୁ ୨ଟି, କେନ୍ଦ୍ରାପଡାରେ ବିଜେଡି ୩, ବିଜେପି ୨ ଓ କଂଗ୍ରେସକୁ ଗୋଟିଏ ବିଧାନସଭା ଆସନ ମିଳିବ ବୋଲି ଅନୁମାନ କରାଯାଉଛି. ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ୪, ବିଜେପି ୨ ଓ କଂଗ୍ରେସକୁ ଗୋଟିଏ, ଭୁବନେଶ୍ବରରେ ବିଜେଡି ୪, ବିଜେପି ୨ ଓ କଂଗ୍ରେସ ଗୋଟିଏ ଆସନରେ ଜିତିବାର ସମ୍ଭାବନା ରହିଛି. ଆସ୍କା ଲୋକସଭାରେ ବିଜେଡିକୁ ୬ ଓ ବିଜେପିକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ଥିବା ବେଳେ ବ୍ରହ୍ମପୁରରେ ବିଜେଡି ୬, ବିଜେପିକୁ ଗୋଟିଏ ଆସନ ମିଳିପାରେ ବୋଲି ଆଶା କରାଯାଉଛି. ସେହିପରି ଢେଙ୍କାନାଳରେ ବିଜେଡିକୁ ୪ ଓ ବିଜେପିକୁ ୩ ଏବଂ କୋରାପୁଟରେ ବିଜେଡିକୁ ୩, ବିଜେପିକୁ ୨ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି.

LEAVE A REPLY

Please enter your comment!
Please enter your name here