କାଉଣ୍ଟି ପାଇଁ କାଉଣ୍ଟଡାଉନ । ଆସନ୍ତାକାଲି ସାଧାରଣ ନିର୍ବାଚନର ଭୋଟ ଗଣତି । ଦେଶର ୫ ଶହ ୪୩ ଲୋକସଭା ଆସନରେ ଭୋଟ ଗଣତି ହେବ । ରାଜ୍ୟରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ପାଇଁ ଭୋଟ ଗଣତି ହେବ । ସକାଳ ୮ ଟା ସମୟରେ ରାଜ୍ୟର ମୋଟ ୬୩ଟି ସ୍ଥାନରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ବ୍ୟାପକ ବ୍ୟବସ୍ତା ପ୍ରସ୍ତୁତି ଗ୍ରହଣ କରାଯାଇଛି । ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୫ଟି ଲେଖାଏଁ ଭିଭିପାଟ ଚିରକୁଟ ଗଣାଯିବାର ବ୍ୟବସ୍ତା ଥିବାରୁ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ । ମୋଟ ୬ହଜାର ୭ଶହ କର୍ମଚାରୀ ଭୋଟ ଗଣତି କାମରେ ନିୟୋଜିତ ହେବେ । ପ୍ରତି ହଲରେ ଅନୁନ୍ୟ ୭ଟି ଟେବୁଲ ବିଧାନସଭା ପାଇଁ ଏବଂ ୭ଟି ଲୋକସଭା ଇଭିଏମ ଗଣତି କରିବାକୁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟି ସୁପରଭାଇଜର , ଜଣେ କାଉଣ୍ଟି ସହାୟକ ଏବଂ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ରହିବେ । ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତି କେନ୍ଦ୍ରରେ ସିସିଟିଭି ସମେତ ଭିଡିଓଗ୍ରାଫି କରାଯିବ । ଇଭିଏମ ଏବଂ ଭିଭିପାଟକୁ କଡା ସୁରକ୍ଷା ମଧ୍ୟରେ ମତଗଣନା କେନ୍ଦ୍ରକୁ ଅଣାଯିବ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ । ଏହାର ଅଧଘଣ୍ଟା ପରେ ଇଭିଏମ କଣ୍ଟ୍ରୋଲ ୟୁନିଟ୍ ଗଣାଯିବ । ନିୟମ ଅନୁସାରେ, ପ୍ରତି ନିର୍ବାଚନମଣ୍ଡଳୀର ବୁଥ କ୍ରମାନ୍ୱୟରେ ଗଣାଯିବ । ଭିଭିପାଟ ମେସିନର ଚିରକୁଟ ସହିତ ଇଭିଏମ କଣ୍ଟ୍ରୋଲ ୟୁନିଟ୍ ଏବଂ ବାଲଟ ୟୁନିଟକୁ ମେଳ କରିବାକୁ ଥିବାରୁ ଭୋଟ ଗଣତି ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ ।

LEAVE A REPLY

Please enter your comment!
Please enter your name here