ଯାଜପୁର: ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ବୁଡ଼ ପକାଉଥିବା ସମୟରେ ବୁଡ଼ିଯାଇ ପତି-ପତ୍ନୀଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ଯାଜପୁରର ପ୍ରସିଦ୍ଧ ବରାହନାଥ ମନ୍ଦିର ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଆନ୍ଧ୍ରପ୍ରଦେଶର ପାଲାମନେର ଅଞ୍ଚଳର ଏମ. ଶ୍ରୀନିବାସ ସୁଲୁ ଏବଂ ଏମ. ଦେବୀ। ବରାହନାଥରେ ବୁଡ଼ ପକାଉଥିବା ବେଳେ ବୁଡ଼ି ଯାଇଥିଲେ ଏହି ୨ ପର୍ଯ୍ୟଟକ । ସୂଚନା ଅନୁସାରେ, ଏହି ଦମ୍ପତି ବୈତରଣୀ ନଦୀରେ ବୁଡ଼ ପକାଉଥିବା ବେଳେ ହଠାତ୍ ଅତଳ ଜଳରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନଦୀ କିମ୍ବା ଜଳାଶୟରେ ଗାଧୋଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଏବଂ ଅଧିକ ଗଭୀର ପାଣିକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here