ସମଗ୍ର ଦେଶରେ ମୋଦି ମ୍ୟାଜିକ କାମ କରିଥିବାବେଳେ ରାଜ୍ୟକୁ ନିଜ କବଜାକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇ ବିରୋଧିଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଲୋକସଭାରେ ବିଜେଡି ୧୨ ବିଜେପି ୮ଟି ସିଟ୍ରେ ଜିତିଥିବାବେଳେ କଂଗ୍ରେସକୁୁ ମିଳିଛି ମାତ୍ର ଗୋଟିଏ ଆସନ । କୋରାପୁଟ ସଂସଦୀୟ କ୍ଷେତ୍ରରେ ଓଡିଶାର ଏକ ମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ଯୁବ ନେତା ସପ୍ତଗିରି ଉଲାକା ବିଜୟର ଟିକା ପିନ୍ଧିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡି ଦଳର କୌଶଲ୍ୟା ହିକକାଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି । ବିଜୟୀ ହେବାପରେ କୃଷକ ଓ ବେକାରୀ ଦୂରିକରଣ ଦିଗରେ ସେ କାମ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here