ଭୟାବହ ଅଗ୍ନିକାଣ୍ଡ । ଏମିତି ଅଗ୍ନିକାଣ୍ଡ ଘଟିବ କେହି କେବେ କଳ୍ପନା କରି ନଥିଲେ । ଅଗ୍ନିକାଣ୍ଡଠୁ ଆହୁରି ଭୟାବହ ଜୀବନ ବଞ୍ଚାଇବାର ଦୃଶ୍ୟ । ବାଟ ନପାଇ ଜୀବନ ବଞ୍ଚାଇବାକୁ ୪ ମହଲାରୁ ତଳକୁ ଡେଇଁପଡିଲେ ଛାତ୍ରଛାତ୍ରୀଙ୍କ ସମେତ କୋଚିଂ ସେଣ୍ଟରରେ ଥିବା କର୍ମଚାରୀ । ଶୁକ୍ରବାର ସୁରଟରେ ଘଟିଥିବା ଏହି ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ଚକିତ କରିଦେଇଛି । ଘଟିଥିବା ଅଗ୍ନିକାଣ୍ଡରେ ମୃତୁ୍ୟ ସଂଖ୍ୟା ୨୨ରେ ପହଞ୍ଚିଛି । ମୃତକଙ୍କ ଭିତରେ ଅଛନ୍ତି ୧୬ ଜଣ ଯୁବତୀ । ଉପର ମହଲାରେ ନିଆଁ ଲାଗିବା ପରେ ପ୍ରାଣ ବିକଳରେ ଛାତ ଉପରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ସମସ୍ତେ । ମାତ୍ର ଓହ୍ଲାଇବା ବଦଳରେ ଅଧିକାଁଶ ତଳକୁ ଖସି ପଡିଥିଲେ । ଏହି ଘଟଣାରେ ଏବେ ବି ୩ ଜଣଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳୁନାହିଁ । ଏହି ଭୟଙ୍କର ଅଘଟଣରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ କରିଛି ଗୁଜରାଟର କ୍ରାଇମବ୍ରାଞ୍ଚ ଟିମ୍ । େଏହି ଘଟଣାର କୋଚିଂ ସେଣ୍ଟରର ମ୍ୟାନେଜର ଭାଗବ ଭୂଟାନୀଙ୍କୁ ଗିରଫ କରାଯାଇଛି । କୋଚିଂ ସେଣ୍ଟରର ମାଲିକ ଏବଂ ବିଲ୍ଡିଂର ମାଲିକଙ୍କୁ ପୋଲିସ ଏବେ ବି ଖୋଜୁଛି । ଏହି ଭୟଙ୍କର ଦୁର୍ଘଟଣା ପରେ ସୁରଟର ସବୁ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛି ପୋଲିସ