ଜାନୁଆରୀ ୧୫ରେ ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଞ୍ଚୋଟି ପ୍ରଶ୍ନ । ସ୍ୱାମୀନାଥନ କମିଟି ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଦେଇଥିବା ରିପୋର୍ଟ କାର୍ଯ୍ୟକାରୀ କରିବାକୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କାର୍ଯ୍ୟକାରୀ କଲେ ନାହିଁ କାହିଁକି? ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଇଥିଲେ , କିନ୍ତୁ ପଶ୍ଚିମ ଓଡିଶାରେ ଗୋଟିଏ ହେଲେ ବି ପ୍ରକଳ୍ପ ସ୍ଥାପନ କରିଛନ୍ତି କି? ଜଣକୁ ହେଲେ ନିଯୁକ୍ତି ଦେଇଛନ୍ତି କି? ଦେଶରେ ଆପଣ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି? ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାର କେତେ ପୁଞ୍ଜିନିବେଶ କରିଛନ୍ତି?
ହାଲ ଠାରୁ ରାଫେଲ ପ୍ରକଳ୍ପ କାହିଁକି ଛଡାଇ ନିଆଗଲା? ଯାହାଦ୍ୱାରା ଓଡିଶାର ଯୁବଗୋଷ୍ଠୀ ନିଯୁକ୍ତି ସୁଯୋଗ ହରାଇଲେ । ରାଜୀବ ଗାନ୍ଧୀ ଜେକେବିକେ ପ୍ରକଳ୍ପ ଆରମ୍ଭ କରିଥିଲେ ପରବର୍ତ୍ତୀ ସମୟରେ ପଛୁଆ ଅଞ୍ଚଳ ବିକାଶ ଅନୁଦାନ ପ୍ରଦାନ କରାଯାଇଥିଲା । ଆପଣ ସେହି ପ୍ରକଳ୍ପ ଗୁଡିକ କାହିଁକି ବନ୍ଦ କରିଦେଲେ? ଆପଣ କ୍ଷମତାକୁ ଆସିବା ପରଠାରୁ ପଶ୍ଚିମ ଓଡିଶା ପାଇଁ ଆପଣ କି ସ୍ୱତନ୍ତ୍ର ପ୍ୟାକେଜ ଦେଇଛନ୍ତି? ବୋଲି ପିସିସି ମୂଖିଆ ପ୍ରଶ୍ନ କରିଛନ୍ତି ।
ସେ ଆହୁରୀ ମଧ୍ୟ ପ୍ରଶ୍ନ କରିଛନ୍ତି କି, ଆପଣଙ୍କ ଅଧିନରେ କାମ କରୁଥିବା ସିବିଆଇ ଚିଟଫଣ୍ଡ ଦୁର୍ନୀତି ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ କାହିଁକି?

LEAVE A REPLY

Please enter your comment!
Please enter your name here