ଗ୍ରୀଷ୍ମ ପ୍ରଭାବରୁ ଲୋକମାନଙ୍କୁ ମିଳୁନି ତ୍ରାହି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଏହି ସମସ୍ୟାକୁ ଆଖି ଆଗରେ ରଖି ମୋଦୀ ସରକାର ଗରିବ ଲୋକଙ୍କୁ ଖୁବ୍ କମ ଦରରେ ଏସି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବଜାରରେ ଚଢ଼ାଦରରେ ଏସି ମିଳୁଥିବା ବେଳେ ବହୁଲୋକ ଏୟାର କଣ୍ଡିସନର ବା ଏସି କିଣି ପାରୁ ନଥିବାରୁ କେନ୍ଦ୍ର ସରକାର ଏହି ନିସ୍ପତି ନେଇଛନ୍ତି । ସୂଚନା ଅନୁସାରେ ସରକାର ଏହି ଯୋଜନାରେ ଏସି ଦରରେ ୧୫ ରୁ ୨୦ ପ୍ରତିଶତ ରିହାତି ଦେବାକୁ ସ୍ଥିର କରିଛନ୍ତି । ଉଜଳା ବ୍ୟବସ୍ଥା ଭଳି ସରକାର ଘରେ ଘରେଏସି ଯୋଗାଇ ଦେବେ । ତେବେ ଏସି ବ୍ୟବହାର ଦ୍ୱାରା ଲୋକମାନଙ୍କର ବିଦ୍ୟୁତ୍ ବିଲ୍ କିଭଳି କମ୍ ଆସିବ, ସେଥିପ୍ରତି ଦୃଷ୍ଟି ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନାରେ ଲୋକମାନେ ଏସି ଅନଲାଇନରେ ମଧ୍ୟ କିଣିପାରିବେ ଏବଂ ୨୪ ଘଣ୍ଟା ଭିତରେ ଏସି ଘରେ ପହଁଚିଯିବ ।

LEAVE A REPLY

Please enter your comment!
Please enter your name here