ମଙ୍ଗଳବାର ଝାଡଖଣ୍ଡର ସରାଇକେଲାରେ ନକ୍ସଲ ସଂଗଠନ ରଚିଛନ୍ତି ବର୍ବରକାଣ୍ଡ ।  ଏକ ସ୍ୱତନ୍ତ୍ର ଅପରେସନ ଚଲିଥିବା ବେଳେ ଆଇଡି ବିସ୍ଫୋରଣରେ ୧୫ ଜଣ ଯବାନ ଆହାତ ହୋଇଛନ୍ତି । ମଙ୍ଗଳବାର ଭୋର ପ୍ରାୟ ୪.୫୦ ସମୟରେ ୨୦୯ କୋବ୍ରାବାଟାଲିୟନ ଓ ଝାଡଖଣ୍ଡ ପୁଲିସର ଏକ ଦଳ  ମିଳିତ ଭାବେ ସ୍ପେଶାଲ ଅପରେସନରେ ଯାଉଥିବା ସମୟରେ କୁଚାଇ ଜଙ୍ଗଲ ନିକଟରେ ପୂର୍ବରୁ ନକ୍ସଲ ଖଞ୍ଜିଥିବା ଆଇଡି ବିସ୍ଫୋରଣ ହୋଇଥିଲା  ା ଏଥିରେ ୧୫ ଜଣ  ଯବାନ ଆହାତ ହୋଇଥିଲେ ଏବଂ ଗୁରୁୂତର ମାନଙ୍କୁ ଚିକିସ୍ଥା ପାଇଁ ହେଲିକପ୍ଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ପରେ ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

LEAVE A REPLY

Please enter your comment!
Please enter your name here