ନିର୍ବାଚନ ଜିତିବା ପରେ 2ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ ମୋଦୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ସମାରୋହ ଆୟୋଜନ କରାଯାଇଛି । କିନ୍ତୁ ଶପଥ ଗ୍ରହଣ କରିବା ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ମୋଦୀ । ଆଜି ସକାଳେ ମୋଦୀ ସର୍ବ ପ୍ରଥମେ ରାଜଘାଟସ୍ଥିତ ବାପୁଙ୍କ ସ୍ମୃତି ପୀଠରେ ସଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଦିଲ୍ଲୀସ୍ଥିତ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ପାଖରେ ଦୁଇ ହାତ ଯୋଡି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ବୀର ସୈନିକ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୋଦୀ । ମୋଦୀଙ୍କ ସହ ଅମିତ ଶାହା,ଜେପି ନଡ୍ଡା, ପିୟୁଷ ଗୋୟଲ ଏବଂ ଗିରିରାଜ ସିଂଙ୍ଗ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ

LEAVE A REPLY

Please enter your comment!
Please enter your name here