ଜୟ ଶ୍ରୀରାମ ନାରା ଶୁଣି ରାଗିପାଚି ପୁରା ଲାଲ ଦିଦି । ଖାଲି ରାଗୁନାହଁନ୍ତି ବରଂ ନାରା ଲଗାଉଥିବା ଲୋକଙ୍କୁ ବାଡେଇ ଚମଡା ଉତ୍ତାରି ଦେବି ବୋଲି ଧମକ ବି ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାଇ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଦେଇ ଧାରଣାସ୍ଥଳକୁ ଯାଉଥିବା ସମୟରେ କିଛି ଲୋକ ତାଙ୍କୁ ଜୟ ଶ୍ରୀରାମ କହି କମେଣ୍ଟ ପାସ୍ କରିଥିଲେ । ଏହାପରେ ମମତା କାରରୁ ଓହ୍ଲାଇ ଚିକôାର କରି ଲୋକଙ୍କୁ ଗାଳି ଗୁଲଜ କରିଥିଲେ । ମମତାଙ୍କ ଅଭିଯୋଗ ସେମାନଙ୍କୁ ବିଜେପି ଏଠିକି ପଠାଇଛି । ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିିଛି ।

LEAVE A REPLY

Please enter your comment!
Please enter your name here