୨୯ ଦିନ ତଳେ ନିର୍ମାଣ କରାଯାଇଥିଲା ନଦୀବନ୍ଧ । ଆଉ ଆଜି ସେହି ବନ୍ଧ ପାଣିର ସ୍ରୋତରେ ବୋହିଯାଇଛି । ଆମେ କହୁଛୁ ବିହାରର ଗୋପାଳଗଞ୍ଜରେ ଥିବା ଗଣ୍ଡକନଦୀର କଥା । ସତରଘାଟ ନଦୀବନ୍ଧ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୨୬୩ କୋଟି । ଏବଂ ନିର୍ମାଣର ୨୯ ଦିନ ନପୁରୁଣୁ ପୋଲଟି ପାଣି ସ୍ରୋତରେ ମିଳେଇ ଯାଉଥିବା ଦେଖିବାକୁ ମିଳିଛି । ୪ଦିନ ଧରି ବହୁଳ ବର୍ଷା କାରଣ ରୁ ବନ୍ଧଟି ଭୁଷୁଡି ପଡିଛି । ନଦୀରେ ପାଣି ବଢିବାରୁ ସତରଘାଟ ବନ୍ଧର ଗୋଟେ ଭାଗ ଭାଙ୍ଗି ପଡିଛି । ଦୀର୍ଘ ୮ ବର୍ଷ ଧରି ଏହି ସତରଘାଟ ବନ୍ଧକୁ ନିର୍ମାଣ କରିଥିଲେ ବିହାର ରାଜ୍ୟ ପୁଲ ନିର୍ମାଣ ନିଗମ । ଗତ ମାସ ଜୁନ ୧୬ ରେ ବନ୍ଧରେ ଯାତାୟତ ଆରମ୍ଭ ହୋଇଥିଲା । ୨୯ ଦିନରେ ଲଗାଣ ବର୍ଷାରେ ବନ୍ଧଟି ଭୁଷୁଡି ଯିବାରୁ ଲୋକମାନେ ନିମ୍ନ କାମ ହୋଇଥିବା ଅଭିଯୋଗ କରିଛନ୍ତି । ଏବଂ ଅସନ୍ତୋଷ ଜାହିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here