ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା । ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ମରାମତି  ପରେ ଗତକାଲିଠୁ ଆରମ୍ଭ ହୋଇଛି । ବାତ୍ୟା ଫନି ତାଣ୍ଡବର ୨୮ ଦିନ ପରେ କୋଣାର୍କ ମନ୍ଦିର ପରିସରରେ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି । ମନ୍ଦିର ପରିସରରେ ପ୍ରତିଦିନ ସନ୍ଧ୍ୟା ସାଢେ ୭ଟାରୁ ୮ଟା ୧୦ ଏବଂ ରାତି ୮ଟା୨୦ରୁ ୯ଟା ପର୍ଯ୍ୟନ୍ତ ଦୁଇଟି ସୋ ଅନୁଷ୍ଠିତ ହେବ । ବିଶ୍ୱ ଐତିହ୍ୟକୁ ନେଇ ଏହି ଲାଇଟ ଆଣ୍ଡ ସାଉଣ୍ଡ ସୋ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ବେଶ ଉସôାହିତ ପର୍ଯ୍ୟଟକ ।

LEAVE A REPLY

Please enter your comment!
Please enter your name here