ପଲ୍ଲୀରୁ ଆମ୍ବ ଗଲା ଦିଲ୍ଲୀ । ରାୟଗଡା ଜିଲ୍ଲାର ବିଭିନ୍ନ ପୁରପଲ୍ଲୀର ଆମ୍ବ ଦିଲ୍ଲୀ ପଠାଯାଇଛି । ଓରମାସ୍ ତରଫରୁ ପ୍ରଥମ ଦଫାରେ ୨.୬ ମେଟ୍ରିକ ଟନ୍ ଆମ୍ବ ଟ୍ରେନ୍ ଯୋଗେ ଦିଲ୍ଲୀ ପଠାଯାଇଥିବା ବେଳେ ଆଗକୁ ଆହୁରୀ ପଠାଯିବ ବୋଲି କୁହାଯାଇଛି । ଆମ୍ବ ଚାଷୀଙ୍କୁ ଅଭାବି ବିକ୍ରୀରୁ ରକ୍ଷା କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ଏଭଳି ପ୍ରୟାସ ଆରମ୍ଭ କରିଛି ।  ଚାଷୀଙ୍କୁ ସଠିକ ଉତ୍ପାଦନ ମୂଲ୍ୟ ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ବଳକା ଆମ୍ବକୁ ଦିଲ୍ଲୀ ପଠାଯାଇଛି । ଦିଲ୍ଲୀର ମଦର ଡାଇରୀ ସଂସ୍ଥା ସହ ଯୋଗାଯୋଗ କରି ଟ୍ରେନ୍ ଯୋଗେ ଆମ୍ବ ଦିଲ୍ଲୀ ପଠାଯାଇଛି । ରାୟଗଡା ଜିଲ୍ଲାର କାଶୀପୁର , ବିଷମକଟକ , ମୁନିଗୁଡା ପ୍ରଭୃତି ବ୍ଲକ୍ରେ ଥିବା ଆମ୍ବଚାଷୀଙ୍କୁ ନେଇ ଓରମାସ୍ ଓ ଓଡିଶା ଜିବୀକା ମିଶନ ପକ୍ଷରୁ ଗଠିତ ହୋଇଛି ଧରତୀପେନୁ ମେଙ୍ଗୋ ପ୍ରଡୁ୍ୟସରସ୍ କମ୍ପାନୀ । ଏହି କମ୍ପାନୀ ଦ୍ୱାରା ଚାଷୀଙ୍କୁ ସଂଗଠିତ କରାଯାଇ ଗରିବ ଚାଷୀଙ୍କ ଉତ୍ପାଦିତ ଆମ୍ବର ବଜାରିକରଣ କରାଯାଉଥିବା କହିଛନ୍ତି କମ୍ପାନୀର ଅଧିକାରୀ । ଅନ୍ୟପଟେ ଦିଲ୍ଲୀକୁ ନିଜ ଉତ୍ପାଦିତ ଆମ୍ବ ପଠାଇ ବେଶ୍ ଖୁସି ଚାଷୀ ।

LEAVE A REPLY

Please enter your comment!
Please enter your name here