ଭାରତୀୟ ବାୟୁସେନାର ଗତକାଲିଠାରୁ ନିଖୋଜ ଏଏନ-୩୨ ବିମାନର ମିଳୁନି ପତା । ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ରାକେଶ ସିଂଙ୍କ ସହ କଥା ହୋଇଥିବା ସୁଚନା ମିଳିଛି । ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡାଣ ଆରମ୍ଭ କରିଥିବା ଏହି ବିମାନ ଅରୁଣାଞ୍ଚଳର ମେଚୁକାକୁ ଅବତରଣ କରିଥାନ୍ତା । କିନ୍ତୁ ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିନଥିଲା । ଗତକାଲି ଦିନ ୧୨ଟା ୨୫ରେ ଏହି ବିମାନ ଉଡାଣ ଆରମ୍ଭ କରିଥିବାବେଳେ ଦିନ ୧ଟା ପର୍ଯ୍ୟନ୍ତ ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ଯୋଗାଯୋଗ ସମ୍ଭବ ହୋଇଥିଲା । ଏହାପରେ ଏୟାରକ୍ରାଫ୍ଟ ସହିତ ଯୋଗାଯୋଗ ହୋଇପାରିନଥିଲା । ବିମାନରେ ୮ଜଣ କର୍ମଚାରୀଙ୍କୁ ମିଶାଇ ୧୩ ଜଣ ଥିଲେ । ୩ ବର୍ଷ ତଳେ ଅର୍ଥାତ୍ ୨୦୧୬ ଜୁଲାଇ ମାସରେ ଆଉ ଏକ ଏଏନ-୩୨ ନିଖୋଜ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here