ପୁରୀ ଜିଲ୍ଲା ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀର ଦୁଇ ଯୁବ ବିଧାୟକ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ନୂତନ ସ୍ଥାନ ପାଇଥିବାରୁ ସୋମବାର ସନ୍ଧ୍ୟାରେ କୋଣାର୍କ ନାଗରିକ ମଞ୍ଚ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଦୁଇ ଯୁବ ବିଧାୟକଙ୍କ ସହ ସାମିଲ ହୋଇଥିଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ । ସ୍ୱାଗତ ସମାରୋହରେ କୋଣାର୍କର ୮୦ ଟି ସଗଂଠନ ସାମିଲ୍ ହୋଇଥିଲେ । କୋଣାର୍କ ନାଗରିକ ମଞ୍ଚ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ , କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଜଗତସଂହପୁର ସାସଂଦ ରାଜଶ୍ରୀ ମଲିକଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରଯାଇ ଯାତ୍ରୀ ନିବାସକୁ ଅଣାଯାଇଥିଲା । ଏହାପରେ ସଭା ଅନୁଷ୍ଠିତ ହୋଇଥିଲା । ୮୦ ଟି ସଗଂଠନ ପକ୍ଷରୁ ସାସଂଦ ଏବଂ ଦୁଇ ମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୋଣାର୍କ ,ଗୋପ,ନିମାନଡାର ବିକାଶ ପାଇଁ ସହାୟତା କରିବେ ବୋଲି ସାସଂଦ ଏବଂ ଦୁଇ ମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here