ନିର୍ବାଚନ ପୂର୍ବରୁ ଉତରପ୍ରଦେଶରେ ପରସ୍ପର ହାତ ଧରି ନିର୍ବାଚନକୁ ଓହ୍ଲାଇଥିବା ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଓ ଅଖିଳେଶଙ୍କ ସମାଜବାଦୀ ପାର୍ଟିରେ ଫାଟ । ଲୋକସଭା ନିର୍ବାଚନ ପୂର୍ବରୁ ଉସôାହର ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଆଗେଇ ଆସିଥିଲେ ବୁଆ ଭତିଯା । କିନ୍ତୁ ମୋଦି ଲହର ଆଗରେ ଫେଲ୍ ମାରିଥିଲା ମାୟାବତୀ ଓ ଅଖିଳେଶଙ୍କ ସମସ୍ତ ରଣ କୌଶଳ । ଲୋକସଭା ନିର୍ବାଚନରେ ପରାଜୟ ପରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ଏକାକି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ମଙ୍ଗଳବାର ବିଏସ୍ପି ସୁପ୍ରିମୋ ମାୟାବତୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ମାୟାବତୀ କହିଛନ୍ତି ଯେ ଅଖିଳେଶ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ସହ ପାରିବାରିକ ସମ୍ପର୍କ ପୂର୍ବ ଭଳି ରହିବ କିନ୍ତୁ ରାଜନିତୀ କ୍ଷେତ୍ରରେ ଟିକେ ଭାବିଚିନ୍ତି ନିଷ୍ପତି ନେବାକୁ ପଡିବ । ସମାଜବାଦୀ ପାର୍ଟିର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ଦଳର ବହୁ ହେବିୱେଟ୍ ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା । ମହାଗଠବନ୍ଦନ ହିଁ ପରାଜୟର ମୁଖ୍ୟ କାରଣ ବୋଲି ମାୟାବତୀ ହୃଦୟଙ୍ଗମ କରିବା ସହିତ ଆଗାମୀ ବିଧାନସଭା ଉପନିର୍ବାଚନ ଏକାକି ଲଢିବାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ମାୟାବତୀ ଗଠବନ୍ଦନ ଆଗକୁ ଜାରି ରଖିବା ପାଇଁ ଏସପି ସାମ୍ନାରେ କିଛିଟା ସର୍ତ୍ତ ମଧ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here