ସୋସିଆଲ ମିଡିଆରେ ଭୁଲ ମାଗିବା ପରେ ବି ନୂଆମୋଡ ନେଉଛି ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ଘଟଣା । ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଗଣମାଧ୍ୟମକୁ ଦେଇଥିବା ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜୟକାନ୍ତଙ୍କୁ ବିଧାୟକ ଉଠ୍ ବସ୍ କରାଇବା ସହ ତାଙ୍କୁ ଚାପୁଡା ମାରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଧାୟକଙ୍କ କଥାରେ ନିର୍ବାହୀ ଯନ୍ତ୍ରୀ ବି ଚାପୁଡା ମାରିଥିଲେ । ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର କଥା କହୁ କହୁ ଗଣମାଧ୍ୟମ ଆଗରେ କାନ୍ଦି ପକାଉଛନ୍ତି ଜୟକାନ୍ତ ।

ଜୟକାନ୍ତଙ୍କୁ ଅପହରଣ କରାଯାଇଥିବା ନେଇ ଗୁରୁବାର ତାଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ କଣ୍ଟାବାଞ୍ଜି ନିକଟରୁ ଜେଇଙ୍କୁ ଉଦ୍ଧାର କରି ଘରେ ଛାଡିଥିଲା ପୋଲିସ । ତେବେ ଜାତିଆଣ ଆକ୍ଷେପ ସହ ସର୍ବସାଧାରଣରେ ନିର୍ଯାତନା ଦେବା ଅଭିଯୋଗରେ ବିଧାୟକଙ୍କୁ ଗିରଫ କରିବାକୁ ଯନ୍ତ୍ରୀଙ୍କ ପତ୍ନୀ ଦାବି କରିବା ସହ ପାଟଣାଗଡ ଥାନାରେ ଏତଲା ଦେଇଥିଲେ । ଗତକାଲି ରାସ୍ତା ନିର୍ମାଣରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗରେ ଜେଇଙ୍କୁ ସ୍ଥାନୀୟ ବିଧାୟକ ସରୋଜ ମେହେର ବସ୍ ଉଠ୍ କରାଇଥିଲେ । ବିଧାୟକଙ୍କ ଦବଙ୍ଗଗିରି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନ୍ୟପକ୍ଷରେ ଘଟଣା ବିଗୁଡୁଥିବା ଜଣାପଡିବା ପରେ ବିଧାୟକ ପରିସ୍ଥିତିରେ ପଡି ଏଭଳି କରିଥିବା କହି କ୍ଷମା ମାଗିଥିଲେ ।

 

LEAVE A REPLY

Please enter your comment!
Please enter your name here