ବଣ୍ଡାଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ମୃତ ୪ ଗୁରୁତର । ମାଲକାନଗିରି ଜିଲ୍ଲାର ଖଇରପୁଟ ବଣ୍ଡାଘାଟିରେ କମାଣ୍ଡର ଦୁର୍ଘଟଣା ଗ୍ରସ୍ତ ହୋଇଛି । ସଂନ୍ଧ୍ୟା ପ୍ରାୟ ୫ଟାରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା ଅଭିମୁଖେ ଯାଉଥିବାବେଳେ ମାଙ୍କଡ ଝୋଲା ନିକଟରେ ଥିବା ପୋଡା ବ୍ରିଜ୍ ନିକଟରେ ହଠାତ ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକ ପହଁଞ୍ଚି ଗୁରୁତର ମାନଙ୍କୁ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣଙ୍କ ମୃତୁ୍ୟ ହୋଇଛି । ଘଟଣାସ୍ଥଳରେ ମୁଦୁଲିପଡା ପୋଲିସ ପହଁଞ୍ଚି ଦୁର୍ଘଟଣା କେମିତି ଓ କିପରି ହେଲା ତାହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here