ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ନବୀନ ପଟ୍ଟନାୟକ. ବିଧିବଦ୍ଧ ଭାବେ ବିଜେଡି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ 112 ଜଣ ବିଧାୟକଙ୍କ ତାଲିକା ଦେଇ ସରକାର ଗଠନ ପାଇଁ ଦାବି ଜଣାଇଲେ. ସକାଳେ ବିଜେଡିର 12 ଜଣ ସାଂସଦ ନବୀନ ନିବାସରେ ଦଳର ସଭାପତି ନବୀନଙ୍କୁ ଭେଟିବା ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ବିଧାୟକ ଦଳ ବୈଠକ. ଆନୁଷ୍ଠାନିକ ଭାବେ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା. ଏହାପରେ ନବୀନ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ. ଆସନ୍ତା 29 ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ. ପ୍ରଥମ ଥର ପାଇଁ ନବୀନ ନିଜ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ପାଠ କରିବେ.

LEAVE A REPLY

Please enter your comment!
Please enter your name here