ଚନ୍ଦ୍ରକୁ ଚନ୍ଦ୍ରାୟନ-୨ ପଠାଇବ ଭାରତ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ଆସନ୍ତା ଜୁଲାଇ ୧୫ ରେ ଭାରତର ଚନ୍ଦ୍ର ଅଭିଯାନ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରାୟନ-୨ କୁ ଉତକ୍ଷେପଣ ନେଇ ବେଶ ଉସôାହିତ ଇସ୍ରୋ । ଆଜି ବେଙ୍ଗାଲୁରୁରେ ଇସ୍ରୋ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଜୁଲାଇ ୧୫ ତାରିଖ ରାତି ୨.୫୧ ରେ ଚନ୍ଦ୍ରାୟନ-୨ ର ଉତକ୍ଷେପଣ କରାଯିବ । ଚନ୍ଦ୍ରାୟନ-୨ ର ଅର୍ବିଟର ,ଲେଣ୍ଡର ଓ ରୋବର ୩ ଟି ମଡୁ୍ୟଲ୍ସ ରହିଛି । ଚନ୍ଦ୍ରାୟାନ -୨ର ଲେଣ୍ଡରକୁ ବିକ୍ରମ ଓ ରୋବରକୁ ପ୍ରଜ୍ଞାନ ନାମ ଦିଆଯାଇଛି । ଚନ୍ଦ୍ରାୟାନ-୨ ର ଓଜନ ୩.୮ ଟନ୍ । ଚନ୍ଦ୍ରାୟାନ-୨ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଏହା ଚନ୍ଦ୍ର ପୃଷ୍ଠରେ ଡିସେମ୍ବର ୬ରେ ଅବତରଣ କରିବ । ଦିର୍ଘ ୧୧ ବର୍ଷ ପରେ ଇସ୍ରୋ ପୁଣି ଥରେ ଚନ୍ଦ୍ରର ଭୌଗଳିକ ସ୍ଥିିତି ସମ୍ବଦ୍ଧରେ ଅଧିକ ତଥ୍ୟ ସଂଗ୍ରହ ଅଭିଯାନ କରିବ । ଚନ୍ଦ୍ରାୟନ -୨ ର ଚନ୍ଦ୍ରରେ ସଫଳ ଉତକ୍ଷେପଣ ହେଲେ ଭାରତ ଆମେରିକା ,ଋଷ ଓ ଚୀନ ଚତୁର୍ଥ ରାଷ୍ଟ୍ର ହେବ ଯିଏକି ଚନ୍ଦ୍ରରେ ରୋବର ଅବସ୍ଥାପିତ କରିବ ।

LEAVE A REPLY

Please enter your comment!
Please enter your name here