ସୁରକ୍ଷା ବ୍ୟବସ୍ଥା ପୂରା କଡାକଡି । ରାସ୍ତାର ଦୁଇ ପାଶ୍ୱର୍ରେ ଚାଲୁଥିବା ଗାଡି ମଟରକୁ ଜଗି ରହିଛନ୍ତି ପୋଲିସ । ହେଇ ଦେଖନ୍ତୁ କିଛି ବାଇକ୍ ଚାଳକଙ୍କୁ ପୋଲିସ ବାବୁ ମାନେ ଧରି ପଚରାଉଚରା କରୁଛନ୍ତି । ଏଇ ଭାଇମାନଙ୍କୁ ହଠାତ ପୋଲିସ ଧରି କଣ ପଚାରୁଛନ୍ତି । ଭାଇ ଆମର ବିନା ହେଲମେଟରେ ଓଭରବ୍ରିଜ୍ ଉପରେ ଯାଉଛନ୍ତି । ହେଲମେଟ ତ ପିନ୍ଧିନାହାଁନ୍ତି, ଓଲଟା କାନରେ ଇୟର ଫୋନ ଦେଇ ପୁରା ରୋମିଓ ସାଜିଛନ୍ତି । ହେଲେ ପୋଲିସ ବାବୁଙ୍କ ହାତରେ ପଡିଯିବା ପରେ ଶୁଣନ୍ତୁ କଣ କହୁୁଛନ୍ତି ।

ଏଣିକି ମୁଣ୍ଡରେ ହେଲମେଟ୍ ନାହିଁ ତ ଓଭରବ୍ରିଜ୍ ଚଢିବା ମନା । ଭୁବନେଶ୍ୱରରେ ବାଇକ ଚାଳକଙ୍କ ପାଇଁ ଆଜିଠୁ ହୋଇଛି ନୂଆ ନିୟମ ।  ଓଭରବ୍ରିଜ୍ ଉପରେ ବାରମ୍ବାର ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବାବେଳେ  ଏହାକୁ ରୋକିବାକୁ ନୂଆ ପଦକ୍ଷେପ ନିଆଯାଇଛି । ଖାସ୍ କରି ରସୁଲଗଡରୁ ବରମୁଣ୍ଡା ଓଭରବ୍ରିଜରେ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହେବା ପରେ ଏମିତି ପଦକ୍ଷେପ ନେଇଛି କମିଶନରେଟ ପୋଲିସ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିନା ହେଲମେଟରେ ଓଭରବ୍ରିଜ ଉପରେ ବାଇକ ଚଳାଇବା ଉପରେ ଲାଗିଛି ରୋକ୍ । ପରୀକ୍ଷାମୂଳକ ଭାବେ ଆଜିଠାରୁ ମାସେ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଆଜିଠାରୁ ବିନା ହେଲମେଟରେ ଓଭରବ୍ରିଜ୍ ଚଢିଲେ ସେମାନଙ୍କୁ ତାଗିଦ କରାଯିବ । ଆଇନ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।

LEAVE A REPLY

Please enter your comment!
Please enter your name here