ଆଜି ଓଡିଶା ଆସିବ ଜମ୍ମୁ କଶ୍ମୀର ପୁଲୱାମାରେ ଆଇଡି ବ୍ଲାଷ୍ଟରେ ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କ ପାର୍ଥୀବ ଶରୀରକୁ କାମାଖ୍ୟାନଗର ସ୍ଥିତ ବଡସୁଆଁଳ ଗ୍ରାମକୁ ନିଆଯିବ ।
ସୂଚନା ମୁତାବକ, ଗତ ୧୭ ତାରିଖରେ ଅରିହଲରେ ଆତଙ୍କବାଦୀମାନେ ଆଇଡି ବ୍ଲାଷ୍ଟ କରିଥିଲେ । ଏଥିରେ ୨ଜଣ ଯବାନ ସହିଦ ହେବା ସହ ୭ଜଣ ଗୁରୁତର ହୋଇଥିଲେ । ସହିଦ ହୋଇଥିବା ଯବାନ ଅଜିତ ସାହୁ ଢେଙ୍କାନାଳ କାମାଖ୍ୟାନଗରର ହୋଇଥିବା ସୂଚନା ମଳିଥିଲା ।
ଅଜିତଙ୍କ ସହିଦ ହେବା ଖବର ଶୁଣି ତାଙ୍କ ପୈତୃକ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ପରିବାର ଲୋକେ ଏକପ୍ରକାର ଭାଙ୍ଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here