ସପ୍ତଦଶ ଲୋକସଭାର ନୂଆ ବାଚସ୍ପତି ହେଲେ ବିଜେପିର ରାଜସ୍ଥାନ କୋଟା ସାଂସଦ ଓମ୍ ବିର୍ଲା । ଦଳର ବରିଷ୍ଠ ନେତୃବୃନ୍ଦ ଓମ୍ ବିର୍ଲାଙ୍କ ଉପରେ ଆସ୍ଥାପ୍ରକଟ କରିଥିଲେ । କଂଗ୍ରେସ ,ଟିଏମସି ସମେତ ସମସ୍ତ ଦଳ ବିର୍ଲାଙ୍କୁ ସମର୍ଥନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଓମ୍ ବିର୍ଲାଙ୍କ ନାମକୁ ପ୍ରସ୍ତାବ ରଖିଥିଲେ ଏବଂ ଏହାପରେ ରାଜନାଥ ସିଂ, ଅମିତ ଶାହାଙ୍କ ସମେତ ଅନ୍ୟ ବହୁ ସାଂସଦ ମାନେ ଅଧ୍ୟ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ । ଗୃହରେ ଉପସ୍ଥିତ ଥିବା ଅନ୍ୟ ସାଂସଦ ମାନେ ଏହି ପ୍ରସ୍ଥାବକୁ ସମର୍ଥନ କରିଥିଲେ । ଓମ୍ ବିର୍ଲା କୋଟାରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଦକ୍ଷିଣ କୋଟା ବିଧାନସଭା ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତମାନ ସପ୍ତଦଶ ଲୋକସଭାରେ ବିରେନ୍ଦ୍ର କୁମାର ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱରେ ରହିଛନ୍ତି ।
ଏଠାରେ ସୂଚନାଯୋଗ୍ୟଯେ ସପ୍ତଦଶ ଲୋକସଭାର ବାଚସ୍ପତି ପାଇଁ ପୂର୍ବରୁ ରାଧାମୋହନ ସିଂହ । ଏମ୍ ଏସ୍ ଆଲୁୱାଲିଆ , ଜୁଏଲ ଓରାମ ଓ ମେନକା ଗାନ୍ଧୀଙ୍କ ନାଁ ଚର୍ଚ୍ଚାରେ ଥିଲା । କିନ୍ତୁ ଶେଷରେ ବିଜେପି ଓମ୍ ବିର୍ଲାଙ୍କ ନାଁରେ ମୋହର ମାରିଥିଲା । ଏହା ପୂର୍ବରୁ ଶୋଡଷ ଲୋକସଭାର ବାଚସ୍ପତି ଭାବେ ସୁମିତ୍ରା ମହାଜନ ଦାୟିତ୍ୱ ତୁଲାଇଥିଲେ କିନ୍ତୁ ଏଥର ନିର୍ବାଚନରେ ସୁମିତ୍ରା ମହାଜନ କୌଣସି ସ୍ଥାନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନଥିଲେ । ଓମ୍ ବିର୍ଲା ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି ।