ପାଟଣାଗଡର ନବନିର୍ବାଚିିତ ବିଧାୟକ ସରୋଜ ମେହେର ରାସ୍ତା ଉପରେ ଜଣେ ପୂର୍ତ ବିଭାଗର ଜେଇଙ୍କୁ ଉଠ୍ବସ୍ କରିବା ଘଟଣା ସାରା ଓଡିଶାରେ ଚର୍ଚ୍ଚିତ ଖବର ପାଲଟିଥିଲା । ଜେଇଙ୍କୁ ସର୍ବସମ୍ମୁଖରେ ଉଠ୍ବସ୍ କରିବା ଏବଂ ତାଙ୍କୁ ଅପମାନିତ କରିବା ଭଳି କଥା ବି କହିଥିଲେ ପାଟଣାଗଡ ବିଧାୟକ । ଏ ନେଇ ଥାନାରେ ମାମଲା ମଧ୍ୟରୁଜୁ କରିଥିଲେ ଜେଇଙ୍କ ପତ୍ନୀ । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କଣ ପାଇ ବିଧାୟକଙ୍କୁ ଗିରଫ କରାଯାଇ ନାହିଁ ବୋଲି ବିଜେପି ପ୍ରେସମିଟ୍ କରି ଅଭିଯୋଗ କରିଛି । ଆଜି ବିଜେପି ରାଜ୍ୟ କାଯ୍ୟାଳୟରେ ଅନୁଷ୍ଠିତ ପ୍ରେସମିଟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନିଜେ ଗୃହ ବିଭାଗର ମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ ସର୍ବଦା କୁହନ୍ତି । କିନ୍ତୁ ସରୋଜ ମେହେରଙ୍କ କେସ୍ରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ? ସରୋଜ ମେହେର ଜେଇଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ୍ ହେଲା । ନିଜେ ସରୋଜ ମେହେର ମାଡ ମାରିଥିବା ମଧ୍ୟ ସ୍ୱିକାର କରିଥିଲେ । ଏସବୁ ପରେ ମଧ୍ୟ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ କୁହାଗଲା । ଜିଲ୍ଲାପାଳ ମଧ୍ୟ ତାଙ୍କ ରିପୋର୍ଟରେ ଦର୍ଶାଇଲେ ଯେ ବିଧାୟକ ଜେଇଙ୍କୁ ସର୍ବସମ୍ମୁଖରେ ଉଠ୍ ବସ୍ କରାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲିସ୍ କଣ ପାଇଁ ବିଧାୟକଙ୍କୁ ଗିରଫ କରିନାହିଁ । ଆଉ କେଉଁ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଘଟଣା ବିଷୟରେ ଜାଣି ବି ଚୁପ୍ କାହିଁକି ? ଜାଣିଶୁଣି ସରୋଜ ମେହେରଙ୍କୁ ଗିରଫ କରାଯାଉନି । ବିଧାନସଭା ବୈଠକ ପୂର୍ବରୁ ପାଟଣାଗଡ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛି ବିଜେପି

LEAVE A REPLY

Please enter your comment!
Please enter your name here