ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଋକ୍ସ ପରେ ଅର୍ଥାତ୍ ୧୭ କିମ୍ବା ୧୮ ସୁଦ୍ଧା ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ ସୂଚନା ଦେଇଛନ୍ତି । ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ ୩ ରୁ ପ୍ରକାଶ ପାଇସାରିଛି । ବିଜ୍ଞାନରେ ମୋଟ ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୭୦,୭୦୬ ଜଣ ପିଲା ପାସ୍ କରିଥିଲେ । ଗତ ବର୍ଷ ଅପେକ୍ଷା ବିଜ୍ଞାନରେ ପାସ୍ ହାର କମଥିଲା । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ଙ୍କ କହିବାନୁଯାଇ ଏଥର ସବୁ ପରୀକ୍ଷା ସେଣ୍ଟରରେ ସିସିଟିଭି ଲାଗିଥିବାରୁ ପାସ୍ ହାର କମିଲା । ବର୍ତମାନ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳକୁ ଅପେକ୍ଷା । ଏଥର ପାସ ହାର ବଢୁଛି କି କମୁଛି ?

LEAVE A REPLY

Please enter your comment!
Please enter your name here