ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ ଦେଖୁଥିବା ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଟାର୍ଗେଟକୁ ଆସିଛନ୍ତି । ଏହି ଘଟଣା ପରେ ବିଜେପିର ବହୁ ବରିଷ୍ଠ ନେତା ଏବେ ରାହୁଲଙ୍କୁ ଘେରିଛନ୍ତି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ଗିରିରାଜ ସିଂହଙ୍କ ସମେତ ଅନେକ ସାଂସଦ ରାହୁଲଙ୍କୁ ଟାର୍ଗେଟ କରିବା ସହ ଏହାକୁ ର୍ଦୁଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଗୁରୁବାର ଦିନ ସଂସଦର ଉଭୟ ଗୃହର ସଦସ୍ୟ ମାନଙ୍କୁ ସମ୍ବୋଧିତ କରାଯିବା ପରେ ସଂସଦ ଭବନ ପରିସରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ, ମହାମହିମ ରାଷ୍ଟ୍ରପତି ଯେତେବେଳେ ଆଗାମୀ ପାଞ୍ଚ ବର୍ଷ ପାଇଁ ଦେଶର ବିକାଶର ରୋଡ ମ୍ୟାପ କହୁଥିଲେ ସେତେବେଳେ କିଛି ସାଂସଦ ଯେଉଁମାନେ କି ନିଜକୁ ଗମ୍ଭୀର ବୋଲି କହୁଛନ୍ତି ସେମାନେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ନିଜକୁ ଦାୟିତ୍ୱବାନ କହୁଥିବା ମାନେ ଯଦି ଗମ୍ଭୀର ନହୁଅନ୍ତି ତେବେ ଏହାଠାରୁ ବଡ ର୍ଦୁଭାଗ୍ୟପୂର୍ଣ୍ଣ କଥା କିଛି ନ ହୋଇପାରେ । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଏହାକୁ ର୍ଦୁଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାହୁଲ ଦେଶର ହିତରେ ଥିବା ବିଷୟକୁ ଗୁରୁତ୍ୱର ସହ ନେଉ ନାହାନ୍ତି ଏହା ଅତ୍ୟନ୍ତ ର୍ଦୁଭାଗ୍ୟପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here