ଆସନ୍ତା ୨୫ ତାରିଖରେ ବସିବ ବିଧାନସଭାର ବଜେଟ ଅଧିବେସନ । ବିଧାନସଭାରେ କଣ ରହିବ ରଣନୀତି ଏନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯିବ । ଏଥର ବିଧାନସଭାରେ କିପରି ବିରୋଧୀଙ୍କ ପ୍ରଶ୍ନର ସାମ୍ନା କରାଯିବ ଏବଂ କିପରି ବିରୋଧୀଙ୍କୁ ଉଚିତ ଜବାବ ଦିଆଯିବ ତାହା ବୈଠକରେ ସ୍ଥିର ହେବ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଅଧକ୍ଷ୍ୟତାରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ।
ସେହିପରି ଏଥର ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେପିର ମଧ୍ୟ ଆଜି ବିଧାୟକ ଦଳ ବୈଠକ ବସୁଛି । ଆଜି ଅପରାହ୍ନରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଜେପିର ସମସ୍ତ ନବ ନିର୍ବାଚିତ ବିଧାୟକ ଏବଂ ସାଂସଦ ମାନେ ଉପସ୍ଥିତ ରହିବେ । ଆଜିର ବୈଠକରେ ବିଜେପି ଏଥର ବିଧାନସଭାର ବିରୋଧୀ ଦଳ ନେତା ଚୟନ କରିବ । ବିରୋଧୀ ଦଳ ନେତା ପାଇଁ ରେସ୍ ରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ସ୍ଥାନ ପାଇଛନ୍ତି । ରେସ୍ରେ ଥିବା ଏହି ଦୁଇନେତା ସୁଦକ୍ଷ ଏବଂ ଅଭିଜ୍ଞ କିନ୍ତୁ ବୈଠକରେ ସର୍ବସମ୍ମତି ରେ ହିଁ ବିଧାୟକ ଦଳନେତା ଚୟନ କରାଯିବ । ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ରାଷ୍ଟ୍ରୀୟ ସାଧାରଣ ସଂପାଦିକ ସରୋଜ ପାଣ୍ଡେ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେବେ । ୧୧୧ ବିଜେଡି ବିଧାୟକଙ୍କୁ କଡା ଟକ୍କର ଦେବା ପାଇଁ ୨୩ ଜଣ ବିଜେପି ବିଧାୟକ କାହାକୁ ବାଛିବେ ତାଙ୍କ ନେତା ?