ଆଖି ବୁଜିଲେ ଯୋଡା ଶିଶୁ । କଟକ ଶିଶୁ ଭବନରେ ଆଖି ବୁଜିଲେ ଢେଙ୍କାନାଳ ଖାଲପାଳ ଗାଁର ଯୋଡା ଶିଶୁ । ଗତ ୧ ତାରିଖରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଛାତିରୁ ପେଟ ପର୍ଯ୍ୟନ୍ତ ଯୋଡି ହୋଇ ଜନ୍ମ ନେଇଥିବା ଶିଶୁ କନ୍ୟା ଦୁହିଁଙ୍କୁ ସେହିଦିନ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ସେହିଦିନ ଠାରୁ ବିଶେଷଜ୍ଞ ଡାକ୍ତରଙ୍କ ସହାୟତାରେ ଉଭୟଙ୍କ ଚିକିତ୍ସା ଚାଲିଥିଲା । ପରୀକ୍ଷାରୁ ଦୁଇ ଶିଶୁଙ୍କ ହୃତପିଣ୍ଡ ଏବଂ ଯକୃତ ଯୋଡି ହୋଇ ରହିଥିବା ଜଣାପଡିଥିଲା । ତେବେ ଡାକ୍ତରଙ୍କ ସକଳ ପ୍ରୟାସ ସତ୍ତ୍ୱେ ଗତକାଲି ଦୁହିଙ୍କର ମୃତ୍ୟୁ ହୋଇଥିବା ଶିଶୁଭବନ ଅଧିକ୍ଷକ ଡାକ୍ତର ସରୋଜ କୁମାର ଶତପଥି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here