ଟିକ୍ ଟକ୍ ଭିଡିଓକୁ ନେଇ ଏବେ ଯୁବପିଢି ମତୁଆଲା । ଖାଲି ଯୁବପିଢି ନୁହଁନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ମଧ୍ୟ ମାତିଛନ୍ତି ଟିକ୍ ଟକ୍ ପଛରେ । ଏହା ଏକ ମନୋରଞ୍ଜନର ଖୋରାକ୍ ଯୋଗାଉଛି ଠିକ୍ ଅଛି । କିନ୍ତୁ ଦେଖନ୍ତୁ ମେଡିକାଲ ପରିସରରେ କାର୍ଯ୍ୟରତ ଅବସ୍ଥାରେ ନର୍ସମାନେ ଟିକ୍ ଟକ୍ ଭିଡିଓ କରିବାରେ ବ୍ୟସ୍ତ । ଟିକ୍ ଟକ୍ ପ୍ରେମରେ ପଡିଯାଇଛନ୍ତି ମାଲକାନଗିରି ମୁଖ୍ୟ ଚିକିସôାଳୟର ମେଡିକାଲ କର୍ମଚାରୀ । ମେଡିକାଲର ଗୁରୁତ୍ୱପୂର୍ଣ୍ଣ ଏସଏନସିୟୁ ବିଭାଗ ଭିତରେ ଚାଲିଛି ଖୁଲମଖୁଲା ମସ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲର ନର୍ସଙ୍କ ସମେତ କିଛି ମହିଳା କର୍ମଚାରୀ ଅଫିସର କାର୍ଯ୍ୟ ଚାଲୁଥିବାବେଳେଟିକ୍ ଟକ୍  ଭିଡିଓ କରିଛନ୍ତି । ଖାଲି ସେତିକି ନୁହେଁ । ଦେଖନ୍ତୁ ଏସଏନସିୟୁରେ ଚିକିତ୍ସିତ ହେଉଥିବା ପିଲାଙ୍କୁ ସେମାନେ ବେଡରୁ ଉଠାଇ ଭିଡିଓ କରୁଛନ୍ତି । ନର୍ସଙ୍କ ଏହି ଟିକ୍ ଟକ୍ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା । ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ମାଲକାନଗିରି ପ୍ରଶାସନ । ମାଲକାନଗିରି ଜିଲ୍ଲାପାଳ ଏହି ଘଟଣାରେ ୪ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସିଥିଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ କହିଥିଲା । ଏହାପରେ ଜିଲ୍ଲାପାଳ ୪ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here