ପ୍ରତିବର୍ଷ ବିଧାନସଭା ଆରମ୍ଭ ହେଲେ ଲୋୟର ପିଏମଜି ରେ ଲାଗେ ଭିଡ । ବିଭିନ୍ନ ଦାବି ନେଇ ଓଡିଶାର କୋଣ ଅନୁକୋଣରୁ ଧାଇଁ ଆସନ୍ତି ବିଭିନ୍ନ ସଂଗଠନ । ଯେତିକି ଦିନ ବିଧାନସଭା ଚାଲେ ସେତିକି ଦିନ ଲୋଏର ପିଏମଜି ଏକ ଜନଗହଳୀ ପୂର୍ଣ୍ଣ ସ୍ଥାନ ପାଲଟିଯାଏ । ଆନେ୍ଦାଳନକାରୀଙ୍କ ଆମର ଦାବୀ ପୂରଣ ହେଉ ଶବ୍ଦରେ ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ପ୍ରକମ୍ପିତ ହେଉଥାଏ । ଦିନ ତମାମ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଖବର ସଂଗ୍ରହର ମୂଖ୍ୟ ସ୍ଥଳ ପାଲଟିଥାଏ ଲୋୟର ପିଏମଜି । ଏଥର କିନ୍ତୁ ପରିସ୍ଥିତି ସମ୍ପୁର୍ଣ୍ଣ ଓଲଟା । ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାର ୪ ଦିନ ହୋଇ ଯାଇଥିଲେ ବି ଖାଁ ଖାଁ ଲୋୟର ପିଏମଜି । ମୁତୟନ ଅଛନ୍ତି ପ୍ଲାଟୁନ ପ୍ଲାଟୁନ ପୁଲିସ୍ ଫୋର୍ସ , ସିସିଟିଭି ବି ଅନାଇ ବସିଛି । କିନ୍ତୁ ଆନେ୍ଦାଳନକାରୀଙ୍କ ଦେଖା ନାହିଁ । ଯେଉଁ ଲୋୟର ପିଏମଜି ବିଧାନସଭା ଆରମ୍ଭ ହେଲେ ଲୋକାରଣ୍ୟ ହୋଇଯାଏ ତାହା ବର୍ତମାନ ଜନଶୁନ୍ୟ । ବିଧାନସଭା ଆରମ୍ଭ ହେଲେ ବ୍ୟବସାୟୀ ମାନେ ବି ଧାଇଁ ଆସନ୍ତି ଏହି ଲୋୟର ପିଏମଜିକୁ ଏବଂ ଭଲ ଦି ପଇସା ବି ରୋଜଗାର କରନ୍ତି । ଏଥର ସେମାନେ ବି ଚାହିଁ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here