ନୂଆ ସରକାର ଗଠନ ପରେ ଆକ୍ସନ ମୁଡରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ଡାକି ତାଗିଦ କରିବା ସହ ପ୍ରତି ମାସରେ କେଉଁ ବିଭାଗରେ କଣ କାର୍ଯ୍ୟ ହେଉଛି ତାର ଏକ ରିପୋର୍ଟ ଦାଖଲ ଏବଂ ନିର୍ବାଚନି ଇସ୍ତାହାର ପୂରଣ ହେଉଛି କି ନାହିଁ ତାର ତଦାରଖ କରୁଛନ୍ତି । ଏଥି ପାଇଁ ତପ୍ତର ସମସ୍ତ ବିଭାଗ । ସମସ୍ତ ମନ୍ତ୍ରୀ ମଧ୍ୟ ନିଜ ନିଜ ବିଭାଗରେ କାର୍ଯ୍ୟ ତପ୍ତରତା ଦେଖାଉଛନ୍ତି । ଏହି କ୍ରମରେ ଆଜି ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଓଡିଆ ଛାତ୍ରଛାତ୍ରୀ ସରକାରୀ ଅର୍ଥରେ ଡାକ୍ତରୀ ପଢୁଛନ୍ତି । ସେମାନେ ପାଠ ପଢା ସରିବା ପରେ ଓଡିଶାରେ ହିଁ କାର୍ଯ୍ୟ କରିବେ । ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ବର୍ତମାନ ରାଜ୍ୟରେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ଏକ ପ୍ରମୁଖ କାରଣ ହେଉଛି ଡାକ୍ତର ସମସ୍ୟା । ଏଣୁ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏମିତି ନିସ୍ପତି ନେଇଥିବା ମନ୍ତ୍ରୀ କହିଛନ୍ତି ଏବଂ ରାଜ୍ୟରେ ଆଉ ଦୁଇ ବର୍ଷ ମଧ୍ୟରେ ଡାକ୍ତର ସମସ୍ୟା ଦେଖାଯିବ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here