ଆଜିଠୁ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ । ଜୁଲାଇ ୧୭ ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିଅନଶିପରେ ୧୪ ଟି ଦେଶ ଭାଗ ନେଉଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଉତ୍ସବରେ ଯୋଗଦେଇ ଉଦଘାଟନ କରିଛନ୍ତି । ଚାମ୍ପିଅନଶିପ ପାଇଁ କଟକକୁ ଆକର୍ଷଣୀୟ ଭାବେ ସଜାଯାଇଛି । ସହରର ବିଭିନ୍ନ କାନ୍ଥ ବାଡକୁ ଚିତ୍ରିତ କରାଯାଇଛି ଏବଂ କଟକ ମହାନଗର ନିଗମ ପକ୍ଷରୁ ସହରର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଥିବା ୫ ହଜାର ସିଟ୍ କୁ ୩୦ ଟି ଜୋନ୍ ରେ ବିଭକ୍ତ କରାଯାଇଛି । ଦର୍ଶକ ମାନେ ଷ୍ଟାଡିୟମକୁ ପ୍ରବେଶ ପାଇଁ ୮ ଟି ଗେଟ୍ ରହିଛି । ସ୍କୁଲ ପିଲାଙ୍କୁ ମାଗଣାରେ ମ୍ୟାଚ୍ ଦେଖିବାକୁ ବ୍ୟବସ୍ଥା କରାଯାଇଛି । ରାଜ୍ୟଗୋଷ୍ଠି କ୍ରିଡାପାଇଁ କଟକର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କଟକର ଖ୍ରୀଷ୍ଟିଆନ ପଡିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here