ଉତ୍ତର ପ୍ରଦେଶର ସୋନଭଦ୍ରା ଜମି ବିବାଦକୁ ନେଇ ୧୦ ଜଣଙ୍କୁ ଗୁଳି କରି ହତ୍ୟା ଘଟଣା ସାରା ଦେଶର ହଟଚମକ ସୃଷ୍ଟି କରିଛି । ଜମି ବିବାଦକୁ ନେଇ ଘଟିଥିବା ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାକୁ ସୋନାଭଦ୍ରା ଯାଇଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧିଭଦ୍ରାଙ୍କୁ ପୁଲିସ୍ ମିଜ୍ରାପୁର ଠାରେ ଅଟକ ରଖିଥିଲା । ଏନେଇ ସାରାଦେଶରେ କଂଗ୍ରେସ କର୍ମୀମାନେ ବିକ୍ଷୋବ ଏବଂ ଧାରଣା ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀଭଦ୍ରାଙ୍କୁ ପୁଲିସ୍ଅଟକ କରିବାକୁ ନେଇ ତାତି ଉଠିଛି ଓଡିଶା କଂଗ୍ରେସ ଶିବିର । ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରିଥିଲେ ।

LEAVE A REPLY

Please enter your comment!
Please enter your name here