ଆଶାଢ ଯାଇ ଶ୍ରାବଣ ଚାଲିଲା ହେଲେ ବର୍ଷାର ଦେଖାନାହିଁ । ବର୍ଷା ପାଇଁ ଆକାଶକୁ ଚାହିଁ ରହିଛି ଚାଷୀ । ବର୍ଷା ଅଭାବରୁ ଚାଷୀର ଚାଷ କାମ ଆଗେଇ ପାରୁନି । ଫଳରେ ଗଜା ମରୁଡି ହେଉଛି ଧାନ । ବର୍ଷା ଅଭବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଧାନ ବିଲ ଏବେ ପଡିଆ ପଡିଛି । କେଉଁଠି ବିଲରେ ଗୋରୁ ଚରୁଛନ୍ତି ତ ଆଉ କେଉଁଠି ଧାନ ବିଲ ସବୁ ଫାଟି ଆଁ କରିଛି । ମୌସୁମିର ପ୍ରଥମ ବର୍ଷାକୁ ଦୃଷ୍ଟିରେ ରଖି ବିହନ ସିନା ବୁଣିଦେଲେ ଚାଷୀ ଭାଇ,ହେଲେ ଅଳ୍ପ ବୃଷ୍ଟିପାତ ପରେ ମୌସୁମୀ ଗାୟବ । ଏ ଦୃଶ୍ୟ ପୁରୀ ଜିଲ୍ଲା ଗୋପ ବ୍ଲକ ଅଞ୍ଚଳର । ବର୍ଷା ଅଭାବରୁ ତଳି ସବୁ ଜଳିଯାଛି । ସରକାରୀ ବିହନ ଗଜା ହେଉନଥିବା ବେଳେ,ଚାଷୀ ଘରେ ରଖିଥିବା ବିହନକୁ ତଳି ପକାଇଥିଲେ । ପ୍ରଚଣ୍ଡ ଖରା ଯୋଗୁଁ ସେ ସବୁ ଜଳିଗଲା । ଏବେ ଗଜା ମରୁଡି ପରିସ୍ଥିତି ଦେଖାଦେଇଛି । ଏଥିପାଇଁ ଚିନ୍ତାରେ ଚାଷୀଭାଇ । ଫନୀ ବାତ୍ୟାରେ ଭାଙ୍ଗିଥିବା ଘରଦ୍ୱାର ପାଇଁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନଥିବା ବେଳେ, ଏପଟେ ଗଜା ମରୁଡି ପାଇଁ ଜଟିଳ ପରିସ୍ଥିତିର ସାମ୍ନା କରୁଛନ୍ତି ଚାଷୀଭାଇ ।
ବାଇଟ୍
ବାଇଟ୍
ଏ ଦୃଶ୍ୟ ରାୟଗଡା ଜିଲ୍ଲାର । ଟାଣ ଖରାରେ ପାଚି ଲାଲ୍ ପଡିଗଲାଣି ତଳି । ମୌସୁମୀର ଲୁଚକାଳି ଖେଳ ଚାଷିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିଛି ଚାଷି ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ କରିଦେଲେଣି । ଅନ୍ୟପଟେ ସରକାରୀ ବିହନ ଚାଷିଙ୍କ ପାଖରେ ପଂହଚିପାରୁନଥିବା ବେଳେ ବିହନର ବ୍ୟାପକ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି ।

ନିମାପଡାରୁ ସୁନିଲ ମିଶ୍ର ରାୟଗଡାରୁ ସ୍ମୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ତକ୍ଷକ ନୁ୍ୟଜ୍

LEAVE A REPLY

Please enter your comment!
Please enter your name here